Fri. Jul 3rd, 2026

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

221 Views

ଭୁବନେଶ୍ୱର : ଜଣାଶୁଣା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୁନନ୍ଦା ଥିଲେ ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ। ‘ଗୁରୁମା’ ଭାବେ ଜଣାଶୁଣା ଥିବା ସୁନନ୍ଦା ଥିଲେ ଗ୍ୱାଲିଅର ଘରାନାର କଣ୍ଠଶିଳ୍ପୀ। ହାଇ ପିଚ୍‌ରେ ଗୀତ ଗାଇ ସେ ବେଶ୍ ପରିଚିତ ଥିଲେ।

ସୁନନ୍ଦାଙ୍କ କାଳଜୟୀ ଗୀତ ହେଉଛି- ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ….’। ସେ ଓଡ଼ିଶା ସଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସୁନନ୍ଦାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ପୁରସ୍କୃତ ହୋଇଥିଲା। ୨୦୧୦ ମସିହାରେ ୫୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ‘ନୀଳମାଧବ’ ପୁରସ୍କୃତ ହୋଇଥିଲା।

ତାଙ୍କ ପରଲୋକରେ ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ମିତାଲି ଚିନାରା କହିଛନ୍ତି,“ସୁନନ୍ଦା ପଟ୍ଟନାୟକଙ୍କ ବିୟୋରେ ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ନିଜକୁ ଯେଉଁଠି ପ୍ରତିଷ୍ଠିତ କରିଥିଲେ ସେହି ସ୍ଥାନରେ ଖୁବ କମ୍ ଓଡ଼ିଆଙ୍କୁ ଦେଖିବାକୁ ମିଳେ। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା।”

By amfnews

Related Post