Fri. Apr 24th, 2026

ଶାମିଲିରେ ପୁଲିସଙ୍କୁ ଆକ୍ରମଣ କରି ଲୁଟି ନେଲେ ରାଇଫଲ୍‌; ଜଣେ କନେଷ୍ଟବଳ ସାଙ୍ଘାତିକ ଆହତ

331 Views

ଉତ୍ତରପ୍ରଦେଶ,ଶାମିଲି : ଶାମିଲି ଜିଲ୍ଲାରେ ଦୁଇ ଜଣ ପୁଲିସବାଲାଙ୍କ ଉପରକୁ ମଟରସାଇକେଲ୍‌ ଚଳାଇ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇ ସେମାନଙ୍କ ଠାରୁ ଦୁଇଟି ସର୍ଭିସ୍‌ ରାଇଫଲ୍‌ ଛଡ଼ାଇ ନେଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ଚୌସନା ଚେକ୍‌ ପୋଷ୍ଟ୍‍ ଠାରେ ଜଣେ କନେଷ୍ଟବଳ ଏବଂ ଜଣେ ହୋମ୍‌ଗାର୍ଡଙ୍କ ଉପରକୁ ସେମାନେ ଗୁଳି ଚଳାଇବା ଫଳରେ କନେଷ୍ଟବଲଜଣକ ଆହତ ହୋଇଛନ୍ତି। ପୁଲିସ ଆଇଜି ଶରଦ ସଚନ କହନ୍ତି: ଦୁର୍ବୃତ୍ତମାନେ କନେଷ୍ଟବଳ ଏବଂ ହୋମ୍‌ଗାର୍ଡଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଛନ୍ତି। କନେଷ୍ଟବଳ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା କରାଇବା ନିମନ୍ତେ ମିରଟ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି।

ଘଟନାଟି ମଙ୍ଗଳବାର ରାତିରେ ଝିନ୍‌ଝାନା ଥାନା ଅନ୍ତର୍ଗତ ବିଡ଼ୋଲି ରୋଡ୍‌ରେ ଘଟିଥିବା କଥା ସର୍କଲ୍‌ ଅଫିସର୍‌ ରାଜେଶ କୁମାର ତିଓ୍ଵାରି କହିଛନ୍ତି।

ହୋମ୍‌ଗାର୍ଡ ସଞ୍ଜୟ ଏବଂ ଅନ୍ୟ ଜଣେ ପୁଲିସ କର୍ମଚାରୀ ସଂସାର ସିଂହ କମଳପୁର ଚେକ୍‌ପୋଷ୍ଟ୍‍ ନିକଟରେ ଥିବାବେଳେ ବାଇକ୍‌ରେ ଯାଉଥିବା ଅଭିଯୁକ୍ତଙ୍କୁ ଅଟକାଇ ଥିଲେ। ଦୁଇ ଜଣ ଯୁବକ ସେମାନଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ।

ହୋମ୍‌ଗାର୍ଡ ସଞ୍ଜୟ ଆହତ ହୋଇ ପଡ଼ିବାରୁ ତାଙ୍କୁ ବଡ଼ ସାଙ୍ଘାତିକ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା।

ଘଟନା ସଂକ୍ରାନ୍ତରେ ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟନାସ୍ଥଳକୁ ଯାଇ ଅଭିଯୁକ୍ତଙ୍କୁ ଖୋଜାଖୋନି ଆରମ୍ଭ କରିଛନ୍ତି।

By amfnews

Related Post