Sun. Oct 18th, 2026

ଶବ ସଂସ୍କାର ବେଳେ ମୃତକଙ୍କ ଘରୁ ଚୋରି

224 Views

ଡୁଙ୍ଗୁରିପାଲି  : ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସନ୍ତି ବନ୍ଧୁ ବର୍ଗ ବା ପଡ଼ୋଶୀ। କିନ୍ତୁ ମୃତକଙ୍କ ପରିବାରବର୍ଗ ଶବ ସଂସ୍କାର ପାଇଁ ବ୍ୟସ୍ତ ଥିବା ବେଳେ ଘରୁ କବାଟ ତାଡ଼ି ୧୦ ହଜାର ଟଙ୍କା ଚୋରି କରିବା ଭଳି ଏକ ଘଟଣା ଘଟିଛି ନିକଟସ୍ଥ ମାଝିମୁଣ୍ଡା ଗ୍ରାମରେ।
ସୂଚନା ଅନୁସାରେ, ଗତ ୨୧ ତାରିଖରେ ବାରେନ୍ଦ୍ର ମିଶ୍ରଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଡାକ୍ତରଖାନାରୁ ମରଶରୀର ଆଣିବା ଓ ଶବ ସଂସ୍କାରରେ ବ୍ୟସ୍ତ ରହିଥିବା ବେଳେ ତାଙ୍କ ଘରେ କେହି ଘରର କବାଟ ଭାଙ୍ଗି ୧୦ ହଜାର ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇଥିବା ସ୍ବର୍ଗତ ମିଶ୍ରଙ୍କ ବଡ଼ ଭାଇ ଅରବିନ୍ଦ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଚୋର ଧରାପଡ଼ି ନଥିବା ବେଳେ ଏବେ ସ୍ବର୍ଗତ ବାରେନ୍ଦ୍ରଙ୍କ ସ୍ତ୍ରୀ ଓ ପୁଅଝିଅ ଅରବିନ୍ଦଙ୍କ ‌ଘରେ ରହୁଥିବାରୁ ତାଙ୍କ ଘରକୁ ପୁଲିସ ଜଗି ରହିଥିବା ଜଣାଯାଇଛି।

By amfnews

Related Post