Wed. Jul 29th, 2026

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ଡେପୁଟି କମାଣ୍ଡାଣ୍ଟ ସହିଦ

347 Views

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ୨୦୮ ବାଟାଲିଆନର ସିଆରପିଏଫ୍ କୋବ୍ରା ଯବାନ ସର୍ଚ ଅପରେସନ୍ ପାଇଁ କିଷ୍ଟାରାମ ଜଙ୍ଗଲରେ ପଶିଥିଲେ। ଜଙ୍ଗଲରେ ସର୍ଚ ଅପରେସନ କରୁଥିବା ବେଳେ ଯବାନମାନେ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ପୋତିଥିଲେ।

ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବା ପାଇଁ ଯବାନମାନେ ସଜବାଜ ହଉଥିବା ବେଳେ ଅଚାନକ ତାହାର ବିସ୍ପୋରଣ ଘଟିଥିଲା। ଏହି ବିସ୍ପୋରଣରେ ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାରଙ୍କ ସହ ଅନ୍ୟ ୨ଜଣ ଯବାନ ଗୁରୁତର ଆହତ ହୋଇଥିଲେ।

ପ୍ରଥମେ ଆହତ ୩ ଜଣଙ୍କୁ ସିଆରପିଏଫ କ୍ୟାମ୍ପକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ଲାଗି ହେଲିକପ୍ଟର୍ ଯୋଗେ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଡେପୁଟି କମାଣ୍ଡାଣ୍ଟଙ୍କର ଆଜି ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଗତ ୧୫ ଦିନ ମଧ୍ୟରେ ୨ଜଣ ସିଆରପିଏଫ ଅଧିକାରୀ ସହିଦ ହୋଇସାରିଲେଣି।

By amfnews

Related Post