Thu. May 14th, 2026

ଲୁଟ୍‌ ପାଇଁ ଏଟିଏମ୍‌ରେ କନେକ୍ସନ୍‌ କାଟୁଥିଲେ ହେଲେ ମେସେଜ୍‌ ପଳାଇଲା ମୁମ୍ବାଇକୁ, ଆଉ ତା’ପରେ…

494 Views

ବାଲେଶ୍ୱର: ଏକ ବଡ଼ ଧରଣର ଏଟିଏମ୍‌ ଲୁଟ୍‌କୁ ପଣ୍ଡ କଲା ପୁଲିସ୍‌।  ଏଟିଏମ୍‌ ଲୁଟ୍‌ ଉଦ୍ୟମ କରୁଥିବା ସମୟରେ ୨ ଲୁଟେରା ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ୨ ଜଣ ଲୁଟେରା ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଥିବା SBI ଏଟିଏମ୍‌ର ବ୍ୟାଟେରୀ ଚ୍ୟାମ୍ବର ଭାଙ୍ଗି କନେକ୍ସନ କାଟୁଥିବା ବେଳେ ମୁମ୍ବାଇରେ ଥିବା ସେଣ୍ଟ୍ରାଲ ଡାଟା ବେସ୍‌ ଅଫିସକୁ ମେସେଜ୍‌ ଯାଇଥିଲା। ସେଠାରୁ ସହଦେବଖୁଣ୍ଟା ପୁଲିସ୍‌କୁ ସେମାନେ ଏନେଇ ସୂଚନା ଦେବାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ୨ଜଣ ଲୁଟେରାଙ୍କୁ ଧରିଥିଲା।

ସେମାନଙ୍କ ଠାରୁ ଏଟିଏମ୍‌ କାର୍ଡ, ଟ୍ରେନ୍‌ ଟିକେଟ୍‌ ସହ ଫ୍ଲାଇଟ୍‌ ଟିକେଟ୍‌ ଜବତ ହୋଇଛି। ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛଇ। ତେବେ ଏମାନଙ୍କ ଠାରୁ ଫ୍ଲାଇଟ୍‌ ଟିକେଟ୍‌ ଜବତ ହୋଇଥିବାରୁ ଏହା ଏକ ବଡ଼ ଧରଣର ରାକେଟ୍‌ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ୫ରୁ ଅଧିକ ସହଯୋଗୀ ଖସି ପଳାଇ ଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ୍‌ ଏମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି।

By amfnews

Related Post