Sat. Sep 26th, 2026
271 Views

କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିରେ ଥିବା ଲଳିତା ଜୁଏଲାରୀରୁ କେଜିଏରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜୁଏଲାରୀ ମାଲିକ ଦୋକାନ ବନ୍ଦ କରିବା ବେଳେ ଛଅ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ପଛରେ ତାଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି ସୁନାଗହଣା ଲୁଟି ନେଇଥିଲେ।

ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡଡିସ୍କ ମଧ୍ୟ ନେଇଯାଇଥିବା  ଅଭିଯୋଗ ହୋଇଛି। ଗୋଡ଼ିସାହି ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

By amfnews

Related Post