Sun. Oct 18th, 2026

ଲିଭ୍‌ ଇନ୍‌ ପାର୍ଟନରଙ୍କର ୧୬ ବର୍ଷୀୟା କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଗିରଫ

File written by Adobe Photoshop¨ 5.2
399 Views

ନୋଏଡା: ଲିଭ୍‌ ଇନ୍‌ ପାର୍ଟନରଙ୍କର ୧୬ ବର୍ଷୀୟା କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଘଟଣା ପରେ ପୀଡିତା ନାବାଳିକାଙ୍କୁ ପୁଲିସ ଏକ ମହିଳା ସେଲଟର୍‌ ହୋମ୍‌ରେ ରଖିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ନୋଏଡାର ରାସ୍ତାରେ ବୁଲୁଥିବା ବେଳେ ପୀଡିତାଙ୍କୁ ପୁଲିସ ସେଲଟର ହୋମ୍‌ରେ ରଖିବାପରେ ପଚରାଉଚୁରା କରିଥିଲା ସେତେବେଳେ୧୬ ବର୍ଷୀୟା ନାବାଳିକା କହିଥିଲେଯେ ତାଙ୍କ ସହ ଦୁଷ୍କର୍ମ ହୋଇଛି।

ପୀଡିତାଙ୍କର ମାଆ କାଠମାଣ୍ଡୁରୁ ଗୁରୁଗ୍ରାମ ଆସି ଜଣେ ଲୋକ ସହିତ ଲିଭ୍‌ ଇନ୍‌ରେ ରହୁଥିଲେ। ଉକ୍ତ ଲୋକଙ୍କୁ ମାଆ ନିଜର ଭାଇ ବୋଲି ପରିଚୟ ଦେଉଥିଲେ। ଗତ ଦୁଇ ମାସ ଭିତରେ ଅଭିଯୁକ୍ତ ଅନେକ ଥର ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଛି। ଏସବୁ କଥା ଜାଣିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଇପିସିର ଧାରା ୩୯, ୩୭୯,ଏବଂ ପୋସ୍କୋ ଆଇନର ଧାରା ୩ ,୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି।

By amfnews

Related Post