Sat. Jul 4th, 2026

ଲିଙ୍ଗଗତ ସମାନତା ଓ ନ୍ୟାୟକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସଂସଦରେ ତିନି ତଲାକ୍‌ ବିଲ୍‌ ଆଣିଛନ୍ତି: କେନ୍ଦ୍ର ଆଇନ ମନ୍ତ୍ରୀ

260 Views

ନୂଆଦିଲ୍ଲୀ : ଦେଶରେ ଲିଙ୍ଗଗତ ସମାନତା ଓ ନ୍ୟାୟକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସଂସଦରେ ତିନି ତଲାକ୍‌ ବିଲ୍‌ ଆଗତ କରିଛନ୍ତି। ତେଣୁ, ବିରୋଧୀ ଦଳର ସଦସ୍ୟମାନେ ତିନି ତଲାକ୍‌ ବିଲ୍‌କୁ ରାଜନୈତିକ ଦୃଷ୍ଟିକୋଣରୁ ଅନୁଶୀଳନ କରିବା ଅନୁଚିତ ବୋଲି ଆଜି ସଂସଦର ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ଉଲ୍ଲେଖଯୋଗ୍ୟ, ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ପତ୍ନୀକୁ ଅବିଳମ୍ବେ ଛାଡ଼ପତ୍ର ଦେବା ପାଇଁ ପ୍ରଚଳିତ ଥିବା ତିନି ତଲାକ୍‌ ପ୍ରଥା ଉପରେ ନିଷେଧାଦେଶ ଲଗାଇବା ସହ ଏହାକୁ ଏକ ଦଣ୍ଡନୀୟ ତଥା ଜାମିନ ବିହୀନ ଅପରାଧ ରୂପେ ଘୋଷଣା କରିବା ଏବଂ ତିନି ତଲାକ୍‌ ଜରିଆରେ ପତ୍ନୀକୁ ଛାଡ଼ପତ୍ର ଦେଇଥିବା ସ୍ୱାମୀକୁ ତିନି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନ୍‌ ପ୍ରଣୟନ କରିବାକୁ କେନ୍ଦ୍ର ସରକାର ସଂସଦରେ ଏହି ତିନି ତଲାକ୍‌ ବିଲ୍‌ ଆଗତ କରିଛନ୍ତି।

ସଂସଦର ଲୋକସଭାରେ ଏହି ବିଲ୍‌କୁ ଆଗତ କରି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଅଗଷ୍ଟ ୨୦୧୭ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ତିନି ତଲାକ୍‌କୁ ଅସିଦ୍ଧ ଘୋଷଣା କରିଥିଲେ ମଧ୍ୟ ଏହା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୦୧୭ ଜାନୁଆରିରୁ ଆଜି ସୁଦ୍ଧା ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ତିନି ତଳାକ୍‌ ଜରିଆରେ ୫୭୪ଟି ଛାଡ଼ପତ୍ର ଘଟଣା ଘଟିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଦେଶର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଓ ନ୍ୟାୟକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସଂସଦରେ ତିନି ତଲାକ୍‌ ବିଲ୍‌ ଆଗତ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ।

By amfnews

Related Post