Thu. Jul 2nd, 2026

ଲାଞ୍ଜିବେର୍ଣ୍ଣା ଖଣି ସଂପ୍ରସାରଣ ମାମଲା ମାମଲା ପରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଜର୍ଜ ସମର୍ଥକ

217 Views

ରାଜଗାଙ୍ଗପୁର, ୩୦ା୧୦  : ସୁନ୍ଦରଗଡ ରାଜସ୍ୱ ଜିଲ୍ଳା ଅଧିନରେ ଥିବା କୁତ୍ରା ବ୍ଲକ୍ ତଥା ରାଜଗାଙ୍ଗପୁର ଥାନା ଅଞ୍ଚଳର ଲାଞ୍ଜିବେର୍ଣ୍ଣାଠାରେ ଥିବା ଚୂନ ପଥର ଖଣି ସଂପ୍ରସାରଣ ପାଇଁ ଗତ ୩ ତାରିଖରେ ରାଜଗାଙ୍ଗପୁର ନିକଟସ୍ଥ ଝଗରପୁରଠାରେ ଥିବା ଓସିଏଲ ଇଣ୍ଡିଆ ଦ୍ୱାରା ପରିଚାଳିତ ଆଇଟିଆଇ ସମ୍ମୁଖରେ ରାଜ୍ୟର ରାଜପଥ ନଂ ୧୦ ଉପର ହୋଇଥିବା ଜନଶୁଣାଣୀ ସମୟରେ ଖଣି ସଂପ୍ରସାରଣକୁ ବିରୋଧ କରୁଥିବା ସମର୍ଥକ ଏବଂ ସପକ୍ଷବାଦୀଙ୍କ ମଧ୍ୟରେ ଝଗଡା ହୋଇ ମାରପିଟ ମଧ୍ୟ ହୋଇଥିଲା ।

ଏପରି ଉତ୍ତେଜନା ମୂଳକ ପରିସ୍ଥିତି ହୋଇଥିଲା କି ବିରୋଧି ଗୋଷ୍ଠୀ ଦ୍ୱାରା ରାଜ୍ୟ ରାଜପଥକୁ ପ୍ରାୟ ୨୪ ଘଣ୍ଟା ଧରି ଜାମ କରାଯାଇଥିଲା । ଏହି ଘଟଣାକୁ ନେଇ ପୋଲିସ ଆନ୍ଦୋଳନକାରୀଙ୍କ ନେତୃତ୍ୱ ନେଉଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କି ଏବଂ ତାଙ୍କ ସମର୍ଥକମାନଙ୍କ ନାମରେ ବିଭିନ୍ନ ଦଫାମାନ କରାଯାଇ ପ୍ରାୟ ୪ଟି କେସ କରିଥିଲା । ଏହି କେସ୍ ପରେ ଗତ ୨ ଦିନ ତଳେ ଜର୍ଜଙ୍କ ସମର୍ଥକମାନେ କୁତ୍ରା ବ୍ଲକର କଟଙ୍ଗ ପଞ୍ଚାୟତରେ ଏକ ବୈଠକ କରି ପ୍ରଶାସନର ଏଭଳି ପଦକ୍ଷେପକୁ ନିନ୍ଦା କରିବା ସହିତ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ନିଷ୍ପତ୍ତି ନେବା ସହିତ ଏହାକୁ ନେଇ ବ୍ୟାପକ ଯୋଜନା ମଧ୍ୟ କରିଥିବା ଜଣାପଡିଛି ।

By amfnews

Related Post