Thu. Oct 1st, 2026

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପିଅନ; ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

583 Views

କୋରାପୁଟ, ଡିସେମ୍ବର ୦୧: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କୋରାପୁଟ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି।

ଏକ ପାଣିଟ୍ୟାଙ୍କ୍ ନିର୍ମାଣ ବିଲ୍‌ କରାଇ ଦେବାକୁ କହି ଠିକାଦାର ଟଙ୍କଧର ହରିଜନଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନିର୍ବାହୀ ଯନ୍ତ୍ରୀ।ଯୋଜନା ମୁତାବକ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପିଅନ ସତ୍ୟଭାନୁ ମଲ୍ଲିକଙ୍କୁ ଏହି ଟଙ୍କା ଦେବାକୁ କହିଥିଲେ। ତେବେ ଟଙ୍କା ଦେଉଥିବା ସମୟରେଚଢ଼ାଉ କରି ପିଅନ ସତ୍ୟଭାନୁ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି।ଚଢ଼ାଉ ବେଳେ ଭିଜିଲାନ୍ସ ୫୦ ହଜାର ଟଙ୍କା ଜବତ କରିଛି।ଅନ୍ୟପଟେ, ଘରେ ଚଢାଉ ବେଳେ ସେଠାରୁ ନିର୍ବାହୀ ଯନ୍ତ୍ରୀ ଚମ୍ପଟ ମାରିଛନ୍ତି।

By amfnews

Related Post