Mon. Oct 12th, 2026

ଲାଇଭ୍‌ ସୋ’ରେ ଗାୟକ ଶାନ୍‌ଙ୍କ ଉପରେ ଆକ୍ରମଣ

305 Views

ଗୌହାଟି ଅକ୍ଟୋବର ୩୦: ବଲିଉଡର ଲୋକପ୍ରିୟ ଗାୟକ ଶାନ୍‌ ଆସାମର ଗୌହାଟିରେ ଏକ ଲାଇଭ କନସର୍ଟରେ ଯୋଗ ଦେବା ପାଇଁ ପହଞ୍ଚଥିଲେ। ଶାନ୍‌ ଏହି କାର୍ଯ୍ୟକ୍ରମରେ ଗୀତ ଗାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କାର୍ଯ୍ୟକ୍ରମ ଚାଲିଥିବାବେଳେ ଜଣେ ଲୋକ ଶାନଙ୍କ ଊପରକୁ ପଥର ଓ କାଗଜ ଗୋଲା ଫିଙ୍ଗିଥିଲେ।
ଏବେ ଶାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣର ଭିଡ଼ିଓ ଫେସବୁକ୍‌ରେ ଦେଖିବାକୁ ମିଳୁଛି। ଏହି ଲାଇଭ୍‌ ସୋ’ ବେଳେ ଶାନ୍‌ଙ୍କ ଫ୍ୟାନ୍‌ମାନେ ଚୌକି ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଶାନ୍‌ ମଞ୍ଚରେ ବଙ୍ଗଳା ଗୀତ ଗାଇବା ଆରମ୍ଭ କରିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଫ୍ୟାନ୍‌ମାନେ ଶାନଙ୍କ ମୁହଁରୁ ବଙ୍ଗଳା ଗୀତ ଶୁଣିବାକୁ ଚାହୁଁନଥିଲେ। ସେମାନେ ଚିତ୍କାର କରି କହିଥିଲେ ‘ଏଇଟା ବେଙ୍ଗଲ ନୁହେଁ ଆସାମ’।


ଏହି ଘଟଣାରେ କଣ୍ଠଶିଳ୍ପୀ ଶାନ୍‌ ସଫେଇ ବି ଦେଇଥିଲେ। ସେ କହିଥିଲେ ଯେ ଏହି ଘଟଣାରେ ରାଜନୀତି ନ ପୁରାଇବା ଭଲ। ଶାନ୍‌ ଏଭଳି ଆକ୍ରମଣର ଶିକାର ହେବା ମାତ୍ରେ କାର୍ଯ୍ୟକ୍ରମକୁ ମଝିରେ ଛାଡ଼ି ଚାଲିଯାଇଥିଲେ। ଆୟୋଜକମାନେ ମଧ୍ୟ ଶାନ୍‌ଙ୍କୁ କ୍ଷମା ମାଗିଥିଲେ ଓ ଆକ୍ରମଣକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

By amfnews

Related Post