Thu. Aug 13th, 2026

ଲଭ୍‌ ଗୁରୁଙ୍କ ଆଉ ଏକ ଧମାକା , ୬୫ ବର୍ଷରେ ପୁଣି ବାହା ହେବାକୁ ଇଚ୍ଛା

226 Views

ପାଟନା, ନଭେମ୍ବର ୦୧: ବିହାରର ଲଭ୍‌ଗୁରୁ ମାତୁକ ନାଥ ଚୌଧୁରୀଙ୍କ ବୟସ ଏବେ ୬୫ ବର୍ଷ। ପାଟନା ବିଶ୍ୱବିଦ୍ୟାଳୟରେ ହିନ୍ଦୀ ସ୍ନାତକୋତ୍ତର ବିଭାଗର ମୁଖ୍ୟ ଭାବେ ଦାୟିତ୍ୱରୁ ଅବସର ନେବାପରେ ସେ ପୁଣି ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମାତୁକନାଥ ଚୌଧୁରୀ। ସେ ତାଙ୍କର ଶୁଭେଚ୍ଛୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ପାଇଁ ଉପଯୁକ୍ତ କନ୍ୟାପାତ୍ର ଖୋଜି ଦେବା ଲାଗି ନିବେଦନ କରିଛନ୍ତି।

ଲଭ ଗୁରୁ ଚୌଧୁରୀ କହିଛନ୍ତି ଯେ ତାଙ୍କୁ ଏବେ ୬୫ବର୍ଷ ବୟସ ହୋଇଥିଲେ ହେଁ ଏବେ ତାଙ୍କ ପାଖରେ ଯୌବନ ପ୍ରବେଶ କରିଥିବା ଭଳି ସେ ଅନୁଭବ କରୁଛନ୍ତି। ଅବସରପରେ ମୁଁ କ’ଣ କରିବି ବୋଲି ଲୋକେ ମୋତେ ପ୍ରଶ୍ନ କରୁଛନ୍ତି। ଏଣୁ ସେ ବାହା ହେବାକୁ ଚାହାଁନ୍ତି ବୋଲି କହିଛନ୍ତି।

ଲଭ ଗୁରୁ ଚୌଧୁରୀ ନିଜକୁ ଜଣେ ସଂସ୍କାରୀ,ପାରଂପାରିକ ଓ ଲଜ୍ଜାଶୀଳ ଯୁବକ ବୋଲି ମନେ କରନ୍ତି। ବିବାହ ପାଇଁ ଯେଉଁ ପ୍ରସ୍ତାବ ଆସିବ,ସେ ସିଧାସଳଖ ସେମାନଙ୍କ ସହ କଥା ହେବେ ନାହିଁ,ବରଂ ଏଥିପାଇଁ ସେ ତାଙ୍କ ଅଭିଭାବକ ଅର୍ଥାତ ଛାତ୍ରମାନଙ୍କୁ ମଧ୍ୟସ୍ଥତା କରିବା ଲାଗି କହିବେ ବୋଲି କହିଛନ୍ତି।
ମାତୁକ ଶାସ୍ତ୍ରୀ ନଗରରେ ଏକାକୀ ଜୀବନ ବିତାଉଛନ୍ତି। ୨୦୦୪ରେ ମାତୁକଙ୍କର ଜୁଲୀ ନାମ୍ନୀ ଜଣେ ଛାତ୍ରୀଙ୍କ ସହିତ ପ୍ରେମ ସଂପର୍କ ଚର୍ଚ୍ଚିତ ହୋଇଥିଲେ। ୨୦୦୬ରେ ଜୁଲିଙ୍କ ସହିତ ପ୍ରେମ ସଂପର୍କ ରଖିବା ପରେ ଚାକିରିରୁ ବିଦା ହେବା ସହିତ ଜେଲ ଦଣ୍ଡ ଭୋଗିଥିଲେ ମାତୁକ। ତାଙ୍କ ସ୍ତ୍ରୀ ଜୁଲିଙ୍କ ସହିତ ଧରାଇ ଦେଇଥିିଲେ ମାତୁକଙ୍କୁ ପୁଲିସକୁ।

୨୦୧୧ରେ ମାତୁକ ରାଜଭବନ ସମ୍ମୁଖରେ ଆମରଣ ଅନଶନ କରିବା ପରେ ପୁଣି ଚାକିରିରେ ଅବସ୍ଥାପିତ ହୋଇଥିଲେ। ଏବେ ମାତୁକ ଓ ଜୁଲି ଆଉ ପ୍ରେମ ସଂପର୍କରେ ନାହାନ୍ତି। ତାଙ୍କ ବିବାହିତ ପୁଅ ଷ୍ଟକହୋମ୍‌ରେ ରହୁଛନ୍ତି,କିନ୍ତୁ ବାପାଙ୍କ ସହ ତାଙ୍କର ଯୋଗାଯୋଗ ନାହିଁ ।।

By amfnews

Related Post