Sun. Jun 21st, 2026

ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ

231 Views

ଶ୍ରୀନଗର: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ ବିଳମ୍ବିତ ରାତିରେ ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ସିଜଫାୟାର କରାଯାଇଛି ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇ ପ୍ରବଳ ଗୁଳିମାଡ କରାଯାଇଛି | ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି ଏଠାରେ ସୂଚନା ଥାଉ କି ଗତ ୩ ଦିନ ହେଲା ପାକିସ୍ତାନର ଗୁଳିମାଡରେ ଜଣେ ଯବାନ ସହିଦ ହୋଇଥିବାବେଳେ ୧୦ ଦିନର ଶିଶୁର ମୃତ୍ୟୁ ଘଟିଛି |

ଜମ୍ମୁ କଶ୍ମୀର ରାଜୌରି ଜିଲ୍ଳା ସ୍ଥିତ ସୁନ୍ଦରବନୀ ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ତେବେ ଭାରତୀୟ ସେନା ଦ୍ବାରା ହୋଇଥିବା ପାଲଟା‌ ଆକ୍ରମଣରେ ମଧ୍ୟ ଦୁଇଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ ।

ଲଗାତାର ୪ ଦିନ ଧରି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ମଙ୍ଗଳବାର ଅପରାହ୍ନରେ ମଧ୍ୟ ପାକିସ୍ତାନ ପୁଞ୍ଚ୍‌ର ଶାହପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। ଏହାର ଦିନକ ପୂର୍ବରୁ ମଧ୍ୟ ପୁଞ୍ଚ୍‌ରେ ପାକ୍‌ ସେନାର ଗୁଳିମାଡ଼ରେ ଏକ ୧୦ ଦିନର ଶିଶୁ ଆଖି ବୁଜିଥିଲା।

By amfnews

Related Post