Mon. Oct 19th, 2026

ଲକ୍‌ଡାଉନରେ ଖୋଲା ରହିବ ବହି ଓ ପ୍ରିପେଡ୍ ରିଚାର୍ଜ ଦୋକାନ

259 Views

ଭୁବନେଶ୍ୱର : ଲକ୍‌ଡାଉନ ବେଳେ ଖୋଲା ରହିବ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ। ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ଏହା ଭିତରେ ରହିଛି ପାଉଁରୁଟି ଫ୍ୟାକ୍ଟ୍ରି, କ୍ଷୀର ପ୍ରକ୍ରିୟାକରଣ ପ୍ଲାଣ୍ଟ୍, ଅଟା ଏବଂ ଡାଲି ମିଲ୍ ଇତ୍ୟାଦି।

ପ୍ରିପେଡ୍ ମୋବାଇଲ ରିଚାର୍ଜ ଦୋକାନ ଖୋଲିବାକୁ ନେଇ ଲକ୍‌ଡାଉନ ନିୟମରେ କୋହଳ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ବରିଷ୍ଠ ନାଗରିକଙ୍କ ସହ ରହୁଥିବା କେୟାର ଟେକରଙ୍କ ପାଇଁ ମଧ୍ୟ ଲକ୍‌ଡାଉନ ନିୟମକୁ କୋହଳ କରାଯାଇଛି। ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏନେଇ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।

By amfnews

Related Post