Mon. Oct 5th, 2026

ଲକ୍ଷେ ୧୧ ହଜାର ଟଙ୍କାର ହିସାବ ଦେଇପାରିଲେନି, ବାନ୍ଧିନେଲା ଭିଜିଲାନ୍ସ

243 Views

ପୁରୀ : ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡିଙ୍କୁ ଗିରଫ କଲା ଭିଜିଲାନ୍ସ । ଗତକାଲି DEOଙ୍କ ସରକାରୀ ଗାଡ଼ିରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ନେଇ DEO ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି। ଟଙ୍କା ଜବତ ପରେ DEOଙ୍କ ପୁରୀ ସ୍ଥିତ ସରକାରୀ ବାସଭବନ, ସାଲେପୁର ସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ଚଢାଉ ବେଳେ ପ୍ରାୟ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ହୃଷିକେଶଙ୍କ ନାଁରେ ଏହା ପୂର୍ବରୁ ଅନେକ ଅଭିଯୋଗ ରହିଛି। ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବା ବେଳେ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ ପୁରୀକୁ ବଦଳୀ କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ଆର୍ ପ୍ରକାଶ। ସେପଟେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗିରଫ DEO ହୃଷିକେଶ କାଣ୍ଡି।

By amfnews

Related Post