Thu. Jun 25th, 2026

ଲକଡାଉନ ପ୍ରଭାବ, ବେପାର ନକରିପାରି ରାସ୍ତାରେ ପନିପରିବା ଫୋପାଡିଲେ ବ୍ୟବସାୟୀ

451 Views

ବଲାଙ୍ଗୀର, ମେ ୦୫ :

ରାଜ୍ୟରେ କରୋନା ଗାଁରୁ ସହର ସବୁ ସ୍ଥାନରେ ସ୍ଥିତିକୁ ସଙ୍ଗୀନ କରିଛି।  ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ବଲାଙ୍ଗୀରରେ ପନିପରିବା ବ୍ୟବସାୟୀ ପରିବା ବିକ୍ରି ନକରିପାରି ରାସ୍ତାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

ଲକଡାଉନ ପାଇଁ ଆଜି ସକାଳ ୬ଟାରୁ ପର୍ଯ୍ୟନ୍ତ ଲୋକମାନଙ୍କୁ ରାସନ ସାମଗ୍ରୀ ସହ ପନିପରିବା କିଣିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସରକାର କଟକଣା ଯୋଗୁଁ ଅଧିକାଂଶ ପରିବା ବ୍ୟବସାୟୀମାନେ କ୍ଷତି ସହିଥିବା ଅଭିଯୋଗ ହୋଇଛି । ଫଳତଃ ପରିବା ବିକ୍ରି ହେଉନି । ତେଣୁ ବଲାଙ୍ଗୀରରେ ବ୍ୟବସାୟୀମାନେ ପନିପରିବାକୁ ରାସ୍ତାରେ ଢାଳି ପ୍ରତିବାଦ କରିଛନ୍ତି ।

ପ୍ରଶାସନର କରୋନା କଟକଣା ଯୋଗୁଁ ପନିପରିବା ବିକ୍ରି ହେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସ ୬ ତାରିଖରେ ମଧ୍ୟ ସମାନ ଦୃଶ୍ୟ ଝାରସୁଗୁଡାରେ ଦେଖିବାକୁ ମିଳିଥିଲା। କରୋନା କଟକଣା ପାଇଁ  ଜିଲ୍ଲା ପ୍ରଶାସନ ସଟଡାଉନ ଘୋଷଣା କରିଥିଲେ ପନିପରିବା ବିକ୍ରି ନକରିପାରି ବ୍ୟବସାୟୀ ରାସ୍ତାରେ ଫୋପାଡି ଦେଇଥିଲେ। 

By amfnews

Related Post