Fri. Sep 4th, 2026

ରୋଡ୍ ରୋମିଓଙ୍କୁ ଛେଚିଲେ, ଉଠ୍‌ବସ୍‌ କରାଇଲେ

312 Views

ଭୁବନେଶ୍ୱର : ରୋଡ୍ ରୋମିଓଙ୍କୁ ପାନେ ଦେଲେ ଯୁବତୀ। ବିଚ୍ ରାସ୍ତା ଉପରେ ଦୁଇ ଯୁବକଙ୍କୁ ଚାପୁଡ଼ା ମାରିବା ସହ ଉଠ୍‌ବସ୍‌ କରାଇଲେ। ଏପରି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ରସୁଲଗଡ଼ ଅଞ୍ଚଳରେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ। ବାରମ୍ବାର କମେଣ୍ଟ କରିବା ସହ ପିଛା ମଧ୍ୟ କରିଥିଲେ। ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ କଡ଼ା ଜବାବ ଦେଇଛନ୍ତି। ସର୍ବ ସମ୍ମୁଖରେ ଉଠବସ୍ କରାଇବା ସହ ଯୁବକମାନଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି।

ଏନେଇ ଯୁବତୀ ଜଣକ କହିଛନ୍ତି,“ ଗତକାଲି ଅପରାହ୍ଣ  ପ୍ରାୟ ତିନିଟା ବେଳେ ମୁଁ ବମିଖାଲ କେନାଲ ଅଞ୍ଚଳକୁ ଯାଉଥିଲି। ହେଲେ ମୁଁ ଯେତେବେଳେ ଘର ବାହାରିଲି ଦୁଇ ଜଣ ଯୁବକ ଜିଜିପି କୋଲନୀରୁ ଆସି ମୋତେ ପିଛା କରିଥିଲେ। ସେମାନେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ତେବେ ଫାଙ୍କା ରାସ୍ତା ଦେଖି ମୋତେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ମୁଁ ସେମାନଙ୍କୁ ଗାଡ଼ିରେ ଗୋଡ଼ାଇଲି।  ତାହାସହ ମାଡ଼ ମାରିଲି ଓ ଉଠବସ୍‌ କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ଦେଇଛି। ତେବେ ଝିଅମାନଙ୍କୁ କହିବି ଘରୁ ବାହାରିଲା ପରେ ସେରନି ହୋଇ ଯାଆନ୍ତୁ। ଲଢ଼ନ୍ତୁ ଓ ଅନ୍ୟ ମାନଙ୍କ ପାଇ ଉଦାହରଣ ହୁଅନ୍ତୁ।”

By amfnews

Related Post