Wed. Sep 23rd, 2026

ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟି ହେଲା ଆମ୍ୱୁଲାନ୍ସ

373 Views

ନୀଳଗିରି : ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟିହେଲା ୧୦୮ ଆମ୍ୱୁଲାନ୍ସ। ଏଥିରେ ଆମ୍ୱୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଭାଲୁକାଶୁଣି ନିକଟରେ ଘଟିଛି ।

ଆଜି ସକାଳେ ୧୦୮ ଆମ୍ୱୁଲାନ୍ସ ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲା। ଏହି ସମୟରେ ଆମ୍ୱୁଲାନ୍ସଟି ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ଆମ୍ୱୁଲାନ୍ସର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

By amfnews

Related Post