Tue. Aug 18th, 2026

ରୁଷରେ ବଡ଼ ଆତଙ୍କୀ ହମଲା ! ୧୮ ମୃତ, ୫୦ ଆହତ

278 Views

Khabar Odisha:big-terror-attack-in-russia-18-killed-50-wounded
ନୂଆଦିଲ୍ଲୀ, ଅକ୍ଟୋବର୧୭:ରୁଷର କ୍ରିମିୟା ସ୍ଥିତ ଟେକ୍ନିକାଲ କଲେଜ ପାଖରେ ବଡ଼ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ର ଓ କର୍ମଚାରୀ ସାମିଲ ଅଛନ୍ତି। ଏହି ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ଆଶଙ୍କା କରାଯାଉଛି। ଆତଙ୍କବାଦୀ କଲେଜରେ ଫାୟରିଂ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ଖବର ମୁତାବକ ପୂର୍ବ କ୍ରିମିୟାର କେର୍ଚ୍ଚ ସହରରେ ସ୍ଥିତ କଲେଜରେ ଅଜ୍ଞାତ  ବ୍ୟକ୍ତି ବିସ୍ଫୋରକ ଡିଭାଇସରେ ଏହି ବିସ୍ଫୋରଣ ଘଟାଇଛି। ଏହି ଘଟଣା ପାଇଁ ଆତତାୟୀ  ଗ୍ୟାସର ବ୍ୟବହାର କରିଥିଲା। ବୋମା ବିସ୍ଫୋରଣ ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଯବାନ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମୁଖପାତ୍ର ଏହା ଆତଙ୍କୀ ଆକ୍ରମଣ ହୋଇଥିବା ଆଶଙ୍କା କରିଛନ୍ତି।

କ୍ରିମିୟା କଲେଜର ନିର୍ଦ୍ଦେଶକ ଅଲଗା ଗ୍ରେବିନକୋଓ୍ଵା କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ସହିତ ଜଣେ ବ୍ୟକ୍ତି କଲେଜରେ ପ୍ରବେଶ କରିଥିଲେ।  ବ୍ୟକ୍ତି ଜଣକ କ୍ୟାଫେଟେରିଆରେ ବିସ୍ଫୋରକ ରଖିବା ପରେ ବାହାକୁ ଯାଇ ଗୁଳି କରିଥିଲେ। ଲୋକଙ୍କ ଉପରକୁ ମଧ୍ୟ ବ୍ୟକ୍ତି ଜଣକ ଆଖିବୁଜା ଗୁଳି ଚଳାଇଥିଲା। କିଛି ସମୟ ପରେ ଅନେକ ଶବ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା ଏବଂ ମାଟି ରକ୍ତରେ ରଞ୍ଜିତ ହୋଇଯାଇଥିଲା।

By amfnews

Related Post