Fri. Jul 24th, 2026

ରୁଗ୍ଣ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ଆଜି ଧୂଷୂରି ବନ୍ଦ

194 Views

ଭଦ୍ରକ  :  ରୁଗ୍ଣ ସ୍ୱାସ୍ଥ୍ୟ ସେବା ଓ  ଧୂଷୁରୀ ମେଡିକାଲରେ ଲାଗିରହିଥିବା ବିଭିନ୍ନ ସମସ୍ୟା ନେଇ ଆଜି ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ ପାଳନ ହେଉଛି।  ଏହା ପ୍ରଭାବରେ ଆଜି ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାରର ଥିବା ସ୍କୁଲ, କଲେଜ, ଦୋକାନ, ବ୍ୟାଙ୍କ, ଅଫିସ ସମସ୍ତ  ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲା ଆଞ୍ଚଳିକ ପରିଷଦ। ଏହାର ପ୍ରଭାବ ଆଜି ସକାଳୁ ଦେଖିବାକୁ ମିଳିଛି।

ଭଦ୍ରକ – ଆଖଣ୍ଡଳମଣି ରାସ୍ତାର ଧୂଷୁରୀ ନିକଟରେ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି  ଆନ୍ଦୋଳନକାରୀ। ଫଳରେ ଉଭୟ ପାର୍ଶ୍ୱରେ ଗାଡି ଗୁଡିକ  ଛିଡା ହୋଇଛନ୍ତି। ଧୂଷୁରୀ ବଜାରରେ ଥିବା ସମସ୍ତ ଦୋକାନ, ଵଜାର  ବନ୍ଦ ରହିଛି।

ଧୂଷୁରୀ ମେଡିକାଲରେ ଲାଗିରହିଥିବା ସମସ୍ୟା, ଏରିଆ ହସ୍ପିଟାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ହସ୍ପିଟାଲରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସ୍ଥାୟୀ ଆମ୍ବୁଲାନ୍ସ ସେବା,ମେଡିକାଲରେ  ୨୪ ଘଣ୍ଟିଆ ସେବା ପ୍ରଦାନ ସହ ଆହୁରି ଅନେକ   ଦାବି ପୂରଣ ପାଇଁ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଯେ  ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଆଞ୍ଚଳିକ ପରିଷଦ ପକ୍ଷରୁ କୁହାଯାଇଛି।

By amfnews

Related Post