Fri. Jun 12th, 2026

ରିଲିଜ ହେଲା ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ର ପ୍ରଥମ ଏପିସୋଡ୍

260 Views

ଭୁବନେଶ୍ବର, ଡିସେମ୍ବର ୨୭ :  ଜାତୀୟ ପୁରସ୍କାର ପାଇଥିବା ହାକିମ ବାବୁ, ଓଡ଼ିଆ କ୍ଲାସିକ୍ସ ମମତା ମାଗେ ମୂଲ, ପୁଅ ମୋର କଳା ଠାକୁର ପରି ଫିଲ୍ମ ଦେଇଥିବା ଅମିୟ ପଟ୍ଟନାୟକ ପ୍ରଡକସନସର ଡିଜିଟାଲ ଚ୍ୟାନେଲ ଟେକନୋଆର୍ଟ ପ୍ରଡକସନଜ୍ରେ ଏକ ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ର ପ୍ରଥମ ଏପିସୋଡ଼ ରିଲିଜ ହୋଇଛି । ୮ଟା ଏପିସୋଡରେ ଆସିବାକୁ ଥିବା ଏହି ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତା ରାଜ ରାଜେଶ ଓ ଶ୍ରଦ୍ଧା । ଶଳା ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟରେ ପାଦ ଦେଇଛନ୍ତି ଶୈଳେନ୍ଦ୍ର । ପ୍ରଥମ ଏପିସୋଡ ଖୁବ ମଜେଦାର ହୋଇଛି । ରାଜେଶ ଓ ଶ୍ରଦ୍ଧା ସ୍ୱାମୀ ସ୍ତ୍ରୀ । ଶ୍ରଦ୍ଧାର ଭାଇ ଭିକି ସେମାନଙ୍କ ସହ ରୁହନ୍ତି । ସ୍ୱାମୀ ସ୍ତ୍ରୀଙ୍କ ଦୈନନ୍ଦିନ ଜୀବନର ନୋକ ଝୋକରେ ଶଳା ଭିକି କିପରି କମେଡିର ତଡକା ଦେଉଛି, ତାହା ପ୍ରଥମ ଏପିସୋଡରେ ସୁନ୍ଦର ଭାବରେ ଦର୍ଶା ଯାଇଛି ।

‘ସାହେବ ବିବି ଔର ଶାଲା’ ୱେବ୍ ସିରିଜର ରଚନା ଓ ନିର୍ଦେଶନା ଦେଇଛନ୍ତି ମାନସ ପଢିଆରୀ । ସଙ୍ଗୀତ ଓ କଣ୍ଠ ଦାନ କରିଛନ୍ତି ସୈାମିତ୍ରୀ ପଲାଇ । ଡିଓପି ଓ କଲରିଷ୍ଟ ସତ୍ୟମ ଶିବମ ସୁନ୍ଦରମ କରିଥିଲା ବେଳେ ଦିପକ ଉପାଧ୍ୟାୟ ଓ ଦେବାଶୀଷ ମହାରଣା ଏଡିଟିଂ କରିଛନ୍ତି । ମନସ୍ୱିନୀ ସାମଲ ଗ୍ରାଫିକ୍ସ କରିଥିଲା ବେଳେ, ଅନୁପମ ପଟ୍ଟନାୟକ କ୍ରିଏଟିଭ ଡାଇରେକ୍ଟର ଅଛନ୍ତି । ୟୁଟ୍ୟୁବ୍ ଚ୍ୟାନେଲ ଟେକନୋଆର୍ଟ ପ୍ରଡକସନଜରେ ଏହାର ପ୍ରଥମ ଏପିସୋଡ ରିଲିଜ ହେବ । ଏପିସୋଡ ସବୁ ଦେଖିବା ପାଇଁ ଟେକନୋଆର୍ଟ ପ୍ରଡକସନଜରେ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ କରି ପାରିବେ ।

By amfnews

Related Post