Wed. Jul 29th, 2026

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଇସ୍ତଫା ଦେବାକୁ କହିବେ ନାହିଁ ସରକାର

319 Views

ନୂଆଦିଲ୍ଲୀ, ନଭେମ୍ବର, ୬: ବିଭିନ୍ନ ପ୍ରସଙ୍ଗ ନେଇ ଦେଶର ସର୍ବାଚ୍ଚ ବ୍ୟାଙ୍କ ‘ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ’ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ଏହା ସତ୍ତ୍ୱେ ରଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ର ଉର୍ଜିତ ପଟେଲଙ୍କୁ ଇସ୍ତଫା ଦେବା ପାଇଁ ସରକାର କହିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ ଯେ ଦେଶର ଅର୍ଥନୀତିର ବିକାଶ ଉପରେ ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରମୁଖ ଭୂମିକା ରହିଛି। ବିଶେଷ କରି ଆର୍ଥିକ ନୀତି ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କଙ୍କ ଭୂମିକା

ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ନେଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଏ ପରିସ୍ଥିତିରେ କେନ୍ଦ୍ର ସରକାର ହୁଏତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଇସ୍ତଫା ଦେବାକୁ କହିିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ବିଶେଷ କରି ୧୦ ଦିନ ତଳେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଥିବା ବିବାଦ ପଦାକୁ ଆସିବା ପରେ ଏପରି ଚର୍ଚ୍ଚ ବେଶି ଜୋର ଧରିଥିଲା।ତେବେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉର୍ଜିତ ପଟେଲଙ୍କୁ ଇସ୍ତଫା ଦେବାକୁ କୁହାଯିବ ନାର୍ହି। ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳ ଆସନ୍ତା ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଛି ଓ ସେ ପୂର୍ଣ୍ଣକାଳୀନ ଗର୍ଭର୍ଣ୍ଣର ଭାବେ କାଯ୍ୟ କରି ଚାକିରିରୁ ଅବସର ନେବେ ବୋଲି ଅଧିକାରୀ ଜଣକ କହିଛନ୍ତି।

By amfnews

Related Post