Sun. Oct 18th, 2026

ରାୟଗଡ଼ାଠାରେ ନିର୍ମାଣ ହେବ ହିନ୍ଦୁସ୍ତାନ ପେଟ୍ରୋଲିୟମର ଏଲପିଜି ବଟଲିଂ ପ୍ଲାଣ୍ଟ, ୧୯ରେ ଭିତ୍ତିପ୍ରସ୍ତର ସ୍ଥାପନ

347 Views

ବର୍ତ୍ତମାନ ଏଚପିସିଏଲ ଖୋର୍ଦ୍ଧା ଜିଲା ଜଟଣୀଠାରେ ଅନ୍ୟ ଏକ ବଟଲିଂ ପ୍ଲାଣ୍ଟ ରହିଅଛି । ରାୟଗଡ଼ାଠାରେ ଏଚପିସିଏଲ  ଏହି ନୂତନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାରେ ଏଚପିସିଏଲ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ ଅଟେ । ଅନ୍ୟାନ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଏଲପିଜି ବଟଲିଂ ପ୍ଲାଣ୍ଟ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ରହିଅଛି । ଏହି ୪ଟି ବଟଲିଂ ପ୍ଲାଣ୍ଟଗୁଡ଼ିକର ବାର୍ଷିକ କ୍ଷମତା ୨.୮୦ କୋଟି ସିଲିଣ୍ଡର ରହିଛି । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନୀଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି । ଏହି ନୂତନ ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ୭ଟି ବଟଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହିବ ।
ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ଇଷ୍ଟକୋଷ୍ଟ ରେଲ୍ୱେ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ  ଧର୍ମେନ୍ଦ୍ର ବେହୁରା, ଡେପୁଟୀ ଜେନେରାଲ ମ୍ୟାନେଜର, ଏଲପିଜି ରିଜିଅନ୍, ଭୁବନେଶ୍ୱର, ଏଚ୍ପିସିଏଲ୍, ଅନିଲ କୁମାର ତ୍ରିପାଠୀ, ଚିଫ୍ ପ୍ଲାଣ୍ଟ ମ୍ୟାନେଜର, ଜଟଣୀ, ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ, ଏଚ୍ପିସିଏଲ୍, ତୃପ୍ତି ରଞ୍ଜନ ସାହୁ, ସିନିୟର ମ୍ୟାନେଜର (ମାର୍କେଟିଂ), ଏଚ୍ପିସିଏଲ୍ ଏବଂ  ନିରାକାର ଦାସ, ସିନିୟର ପବ୍ଲିକ ରିଲେସନ୍ସ ଅଫିସର, ଇଷ୍ଟକୋଷ୍ଟ ରେଲ୍ୱେ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post