Thu. Sep 3rd, 2026

ରାହୁଳ ଗାନ୍ଧୀଙ୍କ କାମ୍ବୋଡିଆ ଗସ୍ତ ପରେ ସରକାର ‘ଭିଭିଆଇପି’ମାନଙ୍କ ସୁରକ୍ଷା ନିୟମ ସଂଶୋଧନ କରିବେ

228 Views

ନୂଆଦିଲ୍ଲୀ  :   ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌ଙ୍କୁ(ଏସ୍‌ଜିପି) ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବା କଥା ବିଶ୍ୱସ୍ତସୂତ୍ରରୁ ପ୍ରକାଶ। ସୁରକ୍ଷାଗ୍ରାହୀଙ୍କୁ ନିବିଡ଼ ସୁରକ୍ଷା ଯୋଗାଇ ଦେଉଥିବା ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌କୁ କେନ୍ଦ୍ର ସରକାର ନୂଆ ଗାଇଡ୍‌ ଲାଇନ୍‌ ଦେଇଛନ୍ତି।
ଗାଇଡ୍‌ ଲାଇନ୍‌ ଅନୁସାରେ, ସୁରକ୍ଷାଗ୍ରାହୀ ବିଦେଶ ଗସ୍ତ କରିବା ବେଳେ ଏସ୍‌ପିଜି କର୍ମଚାରୀ ସବୁବେଳେ ତାଙ୍କ ସହ ରହିବାକୁ ବାଧ୍ୟ। ଯଦି ସୁରକ୍ଷାଗ୍ରାହୀ ଏଥିରେ ରାଜି ନ ହୁଅନ୍ତି, ନିରାପତ୍ତା ବିଚାରଧାରାରେ ସରକାର ତାଙ୍କର ବିଦେଶଗସ୍ତ ଉପରେ କଟକଣା ଜାହିର କରିପାରିବେ। କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ କାମ୍ବୋଡିଆ ଗସ୍ତ ସମୟରେ ଏ ଭଳି ପରିବର୍ତ୍ତନ କରାଯିବା ଉପରେ ପ୍ରଶ୍ନ ଉଠୁଛି।

ଏ ପର୍ଯ୍ୟନ୍ତ ଗାନ୍ଧୀମାନେ ଏସ୍‌ପିଜିଙ୍କ ସହ ବିଦେଶର ପ୍ରଥମ ଗନ୍ତବ୍ୟସ୍ଥଳୀ ଯାଏଁ ଯିବା ପରେ ନିଜର ଗୋପନୀୟତା ରକ୍ଷା ନିମନ୍ତେ ସେମାନଙ୍କୁ ଭାରତ ଫେରାଇ ଦିଅନ୍ତି। ଏହା ପରେ ଗାନ୍ଧୀମାନେ ବିଦେଶରେ ଆପଣା ପସନ୍ଦର ଗନ୍ତବ୍ୟସ୍ଥଳକୁ ଯାଆନ୍ତି। ଏହି ସନ୍ଦେହଜନକ ଭ୍ରମଣ ଯୋଗୁଁ ସେମାନଙ୍କ ନିରାପତ୍ତା ବ୍ୟବସ୍ଥା ବିପନ୍ନ କରାଉଥିବା କୁହାଯାଉଛି।

By amfnews

Related Post