Thu. May 21st, 2026

ରାସ୍ତାରେ ବୁଲୁଛନ୍ତି ୨ କଲରାପତରିଆ:ଗୋଳାବାରୁଦ କାରଖାନା କର୍ମଚାରୀ ଆତଙ୍କିତ

576 Views

ସଇଁନ୍ତଲା, ଡିସେମ୍ବର ୧୫ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ପରିସରସ୍ଥିତ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ କାରଖାନା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପ୍ରକାଶ ଯେ, ଗୁରୁବାର ରାତି ୨ଟା ସମୟରେ କାରଖାନା ପରିସରରେ ରହୁଥିବା କିଛି କର୍ମଚାରୀ ତାଙ୍କ ଚାରିଚକିଆ ଯାନ ଯୋଗେ ଘରକୁ ଆସୁଥିଲେ। ଏହି ସମୟରେ କାରଖାନା ରାସ୍ତାରେ ୨ଟି କଲରାପତରିଆ ବାଘ ଦେଖିଥିଲେ। ବାଘର ଗତିବିଧି ତଥା ରାସ୍ତା ଅତିକ୍ରମ କରିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ ସୁଟି˚ କରିଥିଲେ। ପରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏ ବିଷୟରେ ଟିଟିଲାଗଡ଼ ବନଖଣ୍ତ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦଙ୍କୁ ପଚାରିବାରୁ ରାସ୍ତାରେ ବୁଲୁଥିବା ଫଟୋ ଭାଇରାଲ ହୋଇଛି ଏବ˚ ବନ ବିଭାଗ ଏ ବିଷୟରେ ସଚେତନ ଅଛନ୍ତି ବୋଲି କହିଥିଲେ। ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା ଚାଲିଛି ଏବ˚ ରାତି ସମୟରେ ବାଘ ନିଜ ଖାଦ୍ୟ ଅନ୍ବେଷଣରେ ବାହାରକୁ ବାହାରିବା ଏକ ସାଧାରଣ ଘଟଣା ବୋଲି ସେ କହିଥିଲେ। କାରଖାନା ଫିଲଟରେସନ ପ୍ଲାଣ୍ଟ ପଛପଟେ ରେଲୱେ ୟାର୍ଡ ଏବ˚ ରାଣୀ ସିଲେଟ ଅ˚ଚଳରେ ଡିସେମ୍ବର ମାସରେ କର୍ମଚାରୀମାନେ ଭୋଜିଭାତ କରିଥାନ୍ତି। କିନ୍ତୁ ଏହି ବାଘ ବୁଲିବା ଘଟଣା ପ୍ରଚାର ହେବା ସହ ଏହି ଦୃଶ୍ୟ ଭାଇରାଲ ହେବା ପରେ କର୍ମଚାରୀ ଆତଙ୍କିତ ହୋଇପଡ଼ିଛନ୍ତି।

By amfnews

Related Post