Sat. Sep 26th, 2026

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

446 Views

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଧୋଡ୍ରା ସ୍ଥିତ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ପରିଚୟ ମିଳି ପାରି ନାହିଁ।

ଆଜି ସକାଳେ ଯୁବକଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଧୋଡ୍ରା ଗାଁର କିଛି ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଉମରକୋଟ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ଯୁବକଙ୍କ ମୃତଦେହକୁ ଦେଖି ଲୋକେ ପ୍ରଥମେ ଡରି ଯାଇଥିଲେ। ମୃତଦେହଟି ଚକାପାରି ବସିଥିଲା। ପାଖରେ ଏକ ବାଇକ୍ ଥିଲା ଯାହାର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ପାରିପାର୍ଶିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post