Sun. Aug 16th, 2026

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

210 Views

କଟକ  : କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି।  ହତ୍ୟା ପରେ ଅଭିଯୁକ୍ତ ସେଠାରେ ମୃତଦେହ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।  ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସେ ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ଜଣାପଡ଼ିଛି। ତାଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ହେବ।

ଖବର ପାଇ  ମଙ୍ଗଳାବାଗ ପୁଲିସ୍‌, ସାଇଣ୍ଟିକ୍‌ଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ  ମୁଣ୍ଡରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

By amfnews

Related Post