Sun. Sep 13th, 2026

ରାସ୍ତାକଡ଼ରୁ ନବଜାତ ପୁତ୍ର ଉଦ୍ଧାର

235 Views

ଚାରିଛକ  : ଶନିବାର ବିଳମ୍ବିତ ରାତ୍ରୀରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ରାଞ୍ଚି- ବିଜୟଓ୍ଵାଡ଼ା ୧୫୭ ନମ୍ବର ରାଜପଥର ଚାରିଛକ ଅଞ୍ଚଳର ଦିକ୍‌ସିରା ନିକଟରୁ ଗୋଟାଏ ନବଜାତ ପୁତ୍ର ଉଦ୍ଧାର କରାଯାଇଛି।

ଗତକାଲି ବିଳମ୍ବିତ ରାତ୍ରୀରେ ଜଣେ ଯୁବକ ରାସ୍ତାକଡ଼ରୁ ଗୋଟାଏ କଅଁଳାପିଲାର କାନ୍ଦ ଶୁଣିଥିଲେ। ପିଲାଟିକୁ ଦେଖିବା ପରେ ତାକୁ ତୁରନ୍ତ ପୁରୁଣା କଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଖାନାରେ ଥିବା ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ସ୍ୱାଭାବିକ ଥିବା କଥା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚିଛି। ନବଜାତ ପୁତ୍ରଟିକୁ ଚାଇଲ୍‌ଡ୍‌ ଲାଇନ୍‌କୁ ହସ୍ତାନ୍ତର କରାଯିବ। ସେମାନେ ପ୍ରାୟ ୬ ମାସ ପାଇଁ ପିଲାଟିର ଲାଳନ ପାଳନ କରିବେ।

By amfnews

Related Post