Mon. Sep 14th, 2026

ରାସ୍ତା ମରାମତି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

346 Views

କେନ୍ଦୁଝର : ରାସ୍ତା ମରାମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ବମେବାରି ଥାନା ଅନ୍ତର୍ଗତ ଜରିବାହାଳ ନିକଟରେ ବିଜୁ ଏକ୍ସପ୍ରେସ୍‌ ରାସ୍ତାକୁ ଆଜି ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।

ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଟ୍ରକ୍‌ ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପରିବହନ କରିଥା’ନ୍ତି। ଏଥିଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହାର ମରାମତି ଲାଗି କାହାର ଆନ୍ତରିକତା ନାହିଁ। ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।  ଏମିତିକି  ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ସେମାନେ ରାସ୍ତାରୋକ କରିଛନ୍ତି।

 

By amfnews

Related Post