Fri. Oct 2nd, 2026

ରାସ୍ତା ମଝିରେ ଫାଟିଲା ବସ୍‌ ଚକ

199 Views

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚପରପଦା ନିକଟରେ ଏକ ବସ୍‌ର  ଆଗ ଚକ ଫାଟି ଯିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଗ୍ରାଣ୍ଡ ନାମକ ଏକ ବସ୍‌ କୋଲକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ବସ୍‌ର ଆଗ ଚକ ଫାଟି ଯାଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ ପଶି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେବା ସହିତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post