Sun. Apr 26th, 2026

ରାତି ୨ଟାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ!

192 Views

ଜଗତସିଂହପୁର  : ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଘଟିଛି ଅଭାବନୀୟ କାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୨ଟା ବେଳକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ପୁରାପୁରି ଧୂଆଁମୟ ହୋଇଥିଲା। ଏଥିରେ ବିଚଳିତ ହୋଇ ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାହାରକୁ ଚାଲିଆସିଥିଲେ। ବିଦ୍ୟୁତ ସଟ୍ ସର୍କିଟ ଯୋଗୁ ଏଭଳି ଘଟିଥିବାର ଅନୁମାନ କରାଯାଉଛି। ଏଥିରେ ଗୋଟିଏ ଫ୍ୟାନ ପୋଡ଼ିଯାଇଥିବା ଜଣାଯାଇଛି।

ରାତି ପ୍ରାୟ ୨ଟା ବେଳେ ୱାଟର ଫ୍ରିଜ଼ର ନିକଟରେ ଖୁବ୍ ଜୋର୍ରେ ଶବ୍ଦ ହେବା ସହ ବିଦ୍ୟୁତ ତାର ଜଳି ଯାଇଥିଲା। ଫଳରେ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ। ଏପରିକି ସଦ୍ୟଜାତ ଶିଶୁ ସହିତ ଅପରେସନ ହୋଇଥିବା ମା’ ଓ ଅନ୍ୟ ରୋଗୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସି ରହିଥିବାର ଦେଖିବାକୁ ମିଳିଥିଲା।

ତେବେ ଏଥିରେ ଏଥିରେ କେହି ହତାହତ ହୋଇନାହାନ୍ତି ବୋଲି ଜଣାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସାଳୟରେ ଥିବା ଅଗ୍ନି ନିର୍ବାପକ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ବୋଲି ସୂଚନା ମିଳିଛି।

By amfnews

Related Post