Thu. May 14th, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ, ଅମର ଓ ସସ୍ମିତ

263 Views

ଭୁବନେଶ୍ୱର  : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିବାକୁ ଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିବେ।

ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟ କରିଛନ୍ତି। ଅଶ୍ୱିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ।

ମଧ୍ୟାହ୍ନରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ। ୨୬ତାରିଖ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଜୁଲାଇ ୫ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ଅପରାହ୍ନ ୫ଟାରେ ଭୋଟ୍‌ ଗଣତି ହେବ।

By amfnews

Related Post