Fri. Sep 11th, 2026

ରାଜ୍ୟରେ ନିର୍ମାଣ ହେବାକୁ ଥିବା ୬ଟି ନୂତନ ଥାନା ପାଇଁ ୧୨ଟି ନୂତନ ପଦବିକୁ ମଞ୍ଜୁରି ଦେଲେ ରାଜ୍ୟସରକାର

233 Views

ଭୁବନେଶ୍ୱର, ନଭେମ୍ବର ୧୯ : ରାଜ୍ୟର ୬ଟି ନୂଆ ଥାନା ପାଇଁ ୬ ଇନ୍ସପେକ୍ଟର ସମେତ ୧୨ଟି ନୂତନ ପଦବିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ପେସାଲ ଅପରେସନ ଗ୍ରୁପରୁ ୧୨ଟି ପଦବି ଉଚ୍ଛେଦ କରାଯିବା ସହ ରାଜ୍ୟପାଳଙ୍କ ମଞ୍ଜୁରି ପରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରତି ଥାନାରେ ଜଣେ ଲେଖାଏଁ ଇନ୍ସପେକ୍ଟର ଏବଂ ଜଣେ ଲେଖାଏଁ ହାବିଲଦାର ପଦବିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେହିପରି ୬ଟି ଥାନାରେ ଅତିରିକ୍ତ ମାନବ ସମ୍ବଳକୁ ମଧ୍ୟ ମଞ୍ଜୁରି ମିଳିଛି। ସେହି ନୂତନ ଥାନାଗୁଡ଼ିକ ହେଲା ଭୁବନେଶ୍ବର ଭରତପୁର, ଅନୁଗୁଳ ସଦର, ଝାରୁସୁଗୁଡ଼ା ସଦର, ବେଲଗୁଣ୍ଠା, ଭଦ୍ରକ ସବରଙ୍ଗ ଓ ପୀରହାଟ।

By amfnews

Related Post