Tue. Oct 13th, 2026

ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା, ଅଧିକାଂଶ ସ୍ଥାନରେ କଡ଼ାକଡ଼ି ଚେକିଂ

265 Views

ଭୁବନେଶ୍ବର: କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଭଳି ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏହାଫଳରେ ୧୧ଟି ଜିଲ୍ଲାରେ ଦେକାନବଜାର ବନ୍ଦ ରହିଛି। ଏହାଛଡ଼ା ଅଧିକାଂଶ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଏଣେ ରାସ୍ତାଘାଟ ଖାଁ ଖାଁ ଥିବା ବେଳେ କେବଳ ଜରୁରୀ କାମ ଥିଲେ ଲୋକେ ଘରୁ ବାହାରୁଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ବରରେ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଠାରେ ବିନା କାମରେ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଉଥିବାର ଖବର ମିଳିଛି।
ଠିକ୍ ସେହିପରି କଟକରେ ବି ଅନୁରୂପ ଅବସ୍ଥା ପରିଲକ୍ଷିତ ହୋଇଛି। ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ମାଲ୍ ପରିବହନକୁ କଟକଣାମୁକ୍ତ କରାଯାଇଛି। କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିନାହିଁ। ଲୋକେ ଏହାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ କରୁଥିବା ପରିଲକ୍ଷିତ ହେଉଛି।

By amfnews

Related Post