Thu. Oct 15th, 2026

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍: ଫାଇନାଲରେ ଭାରତୀୟ ମହିଳା ଟିମ୍

254 Views

କଟକ  : ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଟିମ୍। ସିଙ୍ଗାପୁରକୁ ୩-୦ ରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ପାଇଛି। ମହିଳା ଟିମ୍ ୱେଲସ୍,ମାଲେସିଆ ଓ ନାଇଜେରିଆକୁ ପରାସ୍ତ କରି ଗ୍ରୁପ୍ ଟପ୍ପର ହୋଇଥିଲା।

ଅନ୍ୟ ଏକ ସେମିଫାଇନାଲରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନାଇଜେରିଆ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଜିତିବ, ସେ ଫାଇନାଲରେ ଭାରତକୁ ଭେଟିବ। ପୁରୁଷ ବିଭାଗରେ ମଧ୍ୟ ଭାରତୀୟ ଟିମ୍ ସେମି ଫାଇନାଲରେ ପହଞ୍ଚିଛି। ଦଳଗତ ଇଭେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ଶ୍ରୀଲଙ୍କା, ମାଲେସିଆ ଏବଂ ୱେଲସ୍‌କୁ ପରାସ୍ତ କରି ଟପ୍ ଫୋର୍‌ରେ ପହଞ୍ଚିଛି।

By amfnews

Related Post