Wed. Sep 30th, 2026

ରାଜ୍ୟକୁ ନାହିଁ ବଡ଼ ବର୍ଷାର ଭୟ !

219 Views

ଭୁବନେଶ୍ୱର  : ନଭେମ୍ବର  ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ୮ ତାରିଖ ବେଳକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲକା ବର୍ଷା ହୋଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଡ୍ୟୁଟି ଅଫିସର ଏଲ୍. ଡି. ମହାପାତ୍ର କହିଛନ୍ତି, “ଆଜି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ହାଲକା ବର୍ଷା ହୋଇପାରେ। ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ହାଲକା କୁହୁଡ଼ି ଦେଖାଯାଇପାରେ।”

ସେ ଆହୁରି କହିଛନ୍ତି, “୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଏ, ତା’ହେଲେ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି।”

By amfnews

Related Post