Thu. Jun 11th, 2026

ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା

507 Views

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ହୋହର ଲାଗିଥିବା ଜଣାଯାଇଛି। ଏଥିରେ କରୋନା ପ୍ରତିଷେଧକ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।।

ଏହାଛଡ଼ା ମ୍ୟୁନସିପାଲ୍ କର୍ପୋରେସନ୍  ଆକ୍ଟ-୧୯୫୦ର ସଂଶୋଧନ ପ୍ରସ୍ତାବକୁ ବି ମଞ୍ଜରି ମିଳିଥିବାର ସୂଚନା ମିଳିଛି। କ୍ୟାବିନେଟର ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ ଅବଗତ କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବନି ବୋଲି କାଲି ଜଣାଯାଇଥିଲା।।

By amfnews

Related Post