Wed. Sep 30th, 2026

ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

208 Views

କୋଲକାତା  : କୋଟି କୋଟି ଟଙ୍କାର ଶାରଦା ଚିଟ୍‌ଫଣ୍ଡ ମାମାଲରେ ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଆଲିପୁର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ନିଖୋଜ ଥିବା ରାଜୀବଙ୍କୁ ବଡ଼ ଝଟ୍‌କା ଲାଗିଛି।

ଏହା ପୂର୍ବରୁ ସିବିଆଇ ଟିମ୍‌ କୋଲକତାର ଭାବନୀ ଭବନ ଅଞ୍ଚଳରେ ଥିବା ସିଆଇଡି ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଥିଲେ। ସେଠାକାର ଅଧିକାରୀମାନେ ରାଜୀବଙ୍କ ସହ ଯୋଗାଯୋଗରେ ଅଛନ୍ତି କି ନା ସେନେଇ ପଚରାଉଚରା କରାଯାଇଥିଲା।

ଏହା ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ୍‌ କରି ତଦନ୍ତ ପାଇଁ ହାଜର ହେବାକୁ କହିଥିଲା। ସିବିଆଇ ରାଜୀବଙ୍କ ନାମରେ ଅଭିଯୋଗ ଆଣିଛି, ସେ ଶାରଦା ଚିଟ୍‌ଫଣ୍ଡ ମାମଲାରେ ପ୍ରମାଣରେ ହେରଫେର କରିଛନ୍ତି। ସେ ସେହି ସମୟରେ ଶାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଦାୟିତ୍ୱରେ ଥିଲେ।

By amfnews

Related Post