Sun. Oct 4th, 2026

ରାଜନୀତିରେ ସାମିଲ ହେବାର ଯୋଜନା ଏବେ ନାହିଁ: ପ୍ରକାଶ ମିଶ୍ର

263 Views

ଭୁବନେଶ୍ୱର, ନଭେମ୍ବର ୨୪: ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ରେ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ପାଇଁ ତାଙ୍କର ଏବେ କୌଣସି ଯୋଜନା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର କହିଛନ୍ତି।

‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏବେ ସରକାରୀ ଚାକରିରୁ ଅବସରୋତ୍ତର ଜୀବନ ବିତାଉଛନ୍ତି। ସେଥିରେ ସେ ଅତ୍ୟନ୍ତ ଖୁସି ଅଛନ୍ତି। ଅବଶ୍ୟ ଡାକ୍ତର ରାଉତ ତାଙ୍କ ସହ ଏହି ଦଳ ଗଠନ ସମ୍ପର୍କରେ କଥା ହୋଇଥିଲେ ଓ ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଥିଲେ। ମାତ୍ର ତାହା ଅର୍ଥ ନୁହେଁ ଯେ, ସେ ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ। ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାର ତାଙ୍କର କୌଣସି ଯୋଜନା ଏବେ ନାହିଁ।

ଉଲ୍ଲେଖଯୋଗ୍ୟ, ଆଜି ବିଜୁ ସମତା କ୍ରାନ୍ତି ଦଳ ପେକ୍ସରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ତାଙ୍କ ଦଳରେ ସାମିଲ ହେବେ ବୋଲି ଡାକ୍ତର ରାଉତ କହିଥିଲେ।

By amfnews

Related Post