Sun. Oct 18th, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

241 Views

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସନ୍ଦେହ କରୁଛି।

By amfnews

Related Post