Sun. Sep 27th, 2026

ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଆତଙ୍କ, ରଙ୍ଗମାଟିଆରେ ବାଘ ବୁଲୁଥିବାର ଦେଖିଲେ ସ୍ଥାନୀୟ ଲୋକେ

382 Views

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବାଘ ଦେଖିବାକୁ ମିଳିଥିବା ଜଣାପଡ଼ିଛି । ଭୁବନେଶ୍ୱରର ରଙ୍ଗମାଟିଆ ତଳସାହି ଅଞ୍ଚଳରେ ଆଉ ଏକ ବାଘ ଦେଖା ଦେବା କଥା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗତ କାଲି ରାତିରେ  ରଙ୍ଗମାଟିଆରେ ରହୁଥିବା କେଶବ ମନ୍ତ୍ରୀ  ବାଘ ଭଳି ଏକ ପ୍ରାଣୀ  ବୁଲୁଥିବା ଦେଖିବାକୁ ପାଇବା ପରେ ଖବର ସଙ୍ଗେ ସଙ୍ଗେ ଚାରି ଆଡ଼େ ଖେଳି ଯାଇଥିଲେ। ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯନ୍ତୁର ପାଦ ଚିହ୍ନକୁ ଅନୁଧ୍ୟାନ କରୁଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଭୁବନେଶ୍ୱରର ପଳାସପଲ୍ଳୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ବେଳେ ସିସିଟିଭିରେ କଏଦ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବାଘଟି ବିମାନବନ୍ଦର ପାଚେରୀ ଡେଇଁ ପଶି ଆସିଥିଲା ବୋଲି ସୂଚନା ରହିଥିଲା। ଲଗାତର ୨ ଦିନ ଧରି ବାଘକୁ ଧରିବା ପାଇଁ ସର୍ଚ ଅପେରସନ ଜାରି ରହିବା ପରେ ଶେଷରେ ବାଘଟି ଧରାପଡ଼ିଥିଲା।

By amfnews

Related Post