Sat. Jul 25th, 2026

ରାଜଧାନୀ ଭୁବନେଶ୍ୱରରେ ଦୁଇ ବିଧାନସଭା ଆସନରେ ବିଜେଡି ଆଗୁଆ, ଲୋକସଭାରେ ବିଜେପି

189 Views

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ସ୍ଥାନୀୟ ବିଜେବି କଲେଜରେ ଗଣତି ଜାରି ରହିଛି। ପ୍ରଥମ ପୋଷ୍ଟାଲ ବାଲାଟ ଗଣତି ପରେ ବର୍ତ୍ତମାନ ଇଭିଏମ୍‌ର ଗଣତି ସେଠାରେ ଆରମ୍ଭ ହୋଇ ଯାଇଛି। ପ୍ରଥମ ରାଉଣ୍ଡ ଗଣତି ପରେ ଭୁବନେଶ୍ୱର (ମଧ୍ୟ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅନନ୍ତନାରାୟଣ ଜେନା ଆଗରେ ରହିଛନ୍ତି।

ସେହିପରି ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗରେ ରହିଥିବା ସୂଚନା ରହିଛି। ଏଯାବତ୍‌ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଟ୍ରେଣ୍ଡ ହସ୍ତଗତ ହୋଇନାହିଁ।

By amfnews

Related Post