Thu. Sep 24th, 2026

ରାଜ ରାସ୍ତାରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର। ସାଧାରଣ ନିର୍ବାଚନକୁ ସମସ୍ତେ ବର୍ଜନ କରିବାକୁ ଆହ୍ୱାନ।

248 Views

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ଆଗାମୀ ଦିନରେ ସାଧାରଣ ନିର୍ବାଚନ ହବାକୁ ଥିବା ବେଳେ ମାଓବାଦୀ ମାନେ ଏହାକୁ ବିରୋଧ କରି ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି।
ସୂଚନାନୁସାରେ ବିଜାପୁର ଜିଲ୍ଲା ମଧେଢ ଅଞ୍ଚଳରେ ଜାତୀୟ ରାଜପଥରେ ମାଓବାଦୀ ମାନେ ପୋଷ୍ଟର ପକାଇବା ସହ ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଥିବା ସୂଚନା ମିଳିଛି।ଉକ୍ତ ପୋଷ୍ଟର ଓ ବ୍ୟାନର ରେ ମାଓବାଦୀ ମାନେ ବିଧାନ ସଭା ନିର୍ବାଚନକୁ ବହିଷ୍କାର କରିବା ପାଇଁ ଉଲ୍ଲେଖ ରହିଛି।
ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଆରଏସଏସ ଓ ବିଜେପି ନେତା ମାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସାଧାରଣ ଜନତାଙ୍କୁ ଅପିଲ କରି ଚଳିତ ବର୍ଷ ନିର୍ବାଚନକୁ ବହିଷ୍କାର କର ବୋଲି କହିଛନ୍ତି।
ସେହିପରି ଭୋପଲପଟନମ ଅଞ୍ଚଳର ମୁଖ୍ୟ ମାର୍ଗରେ ପେଗଡାପଲ୍ଲି-ଗୋରଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ବହୁ ମାତ୍ରାରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଯିବା ଫଳରେ ସ୍ଥାନୀୟ ଅଞ୍ଚଳ ତଥା ପଥଚାରୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାଯୋଗ୍ୟ କି ଛତିଶଗଡରେ ବିଗତ ୧୦ ବର୍ଷ ହେଲା ବିଜେପି ଶାସିତ ସରକାର ରହିଛି।ବିଗତ ବର୍ଷ ମଧ୍ୟରେ ଏହି ସରକାର କାର୍ଯ୍ୟକାଳ ମଧ୍ୟରେ ମାଓବାଦୀଙ୍କ ବିରୋଧରେ ଅନେକ ଅପରେସନ କରାଯାଇ ମାଓ ସଂଗଠନକୁ ସମ୍ପୂର୍ଣ୍ଣ ଦୁର୍ବଳ କରାଯାଇଛି।ଯାହା ଫଳରେ ମାଓବାଦୀ ମାନେ ବିଜେପି ନେତା ଓ ବିଜେପି ଶାସିତ ସରକାର କୁ ବିରୋଧ କରିଛନ୍ତି।

By amfnews

Related Post