Fri. Apr 24th, 2026

ରାଉରକେଲାରେ ଜିଏସ୍ଟି ଦିବସ ପାଳିତ

339 Views

ରାଉରକେଲା, ୨/୭: ୨୦୧୭ ମସିହା ଜୁଲାଇ ମାସ ୧ ତାରିଖ ଦିନ ଜିଏସ୍ଟି ସମଗ୍ର ଦେଶରେ ଲାଗୁ କରାଯାଇଥିଲା । ଇତିମଧ୍ୟରେ ଜିଏସ୍ଟି ଲାଗୁ ହେବାର ଏକ ବର୍ଷ ବିତିଯାଇଛି । ତେଣୁ ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ଦିନକୁ “ଜିଏସ୍ଟି ଦିବସ’ ଭାବେ ସମଗ୍ର ଦେଶରେ ପାଳନ କରାଯାଇଛି । ଏହିକ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ଜିଏସ୍ଟି ପକ୍ଷରୁ ମିଳିତ ଆନୁକୂଲ୍ୟରେ ସିଭିଲ୍ ଟାଉନସିପ୍ ସ୍ଥିତ କେନ୍ଦ୍ରୀୟ ଜିଏସ୍ଟି ମୁଖ୍ୟାଳୟ ଠାରେ ଜିଏସ୍ଟି ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଜିଏସ୍ଟିର ଯୁଗ୍ମ କମିଶନର ଦେବଜ୍ୟୋତି ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ କମିଶନର ଦେବାଶିଷ କର ଅତିଥି ପରିଚୟନ ପ୍ରଦାନ କରିଥିଲେ ।

ରାଜ୍ୟ ବାଣିଜ୍ୟକର ବିଭାଗ ପକ୍ଷରୁ ଅତିରିକ୍ତ କମିଶନର ଅମିରଚାନ୍ଦ ନାୟକ, ରାଜ୍ୟ ବାଣିଜ୍ୟକର ଅଧିକାରୀ ଡ.ପଦ୍ମଲୋଚନ ରାଉତ, ସେବତୀ ଡଣ୍ଡସେନା, ସରସ୍ୱତୀ ଜେନା, ତନ୍ମୟା ଦାଶ, ପି.କେ. ଦାଶ, ଶ୍ରୀକାନ୍ତ ପଣ୍ଡା, ରାଉରକେଲା ଟ୍ୟାକ୍ସ ବାର୍ ଆସୋସିଏସନର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପୃଷ୍ଟି ଏବଂ ଟ୍ୟାକ୍ସ ଆଡଭୋକେଟ ସୋମେନ ରାୟ ପ୍ରମୁଖ ଆଲୋଚନାରେ ଭାଗ ଜିଏସ୍ଟି ସମ୍ପର୍କରେ ପକ୍ଷ ରଖିଥିଲେ ।

କେନ୍ଦ୍ରୀୟ ଜିଏସ୍ଟି ରାଉରକେଲା-୧ ମଣ୍ଡଳର ସହକାରୀ କମିଶନର ହର୍ଷ ରାଜ, ଅଧିକ୍ଷକ ସଞ୍ଜୟ କୁମାର ରଣା ପ୍ରମୁଖ ଜିଏସ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଏସ୍ଟି ଅଧିକାରୀ ସରୋଜ କୁମାର ଷଡ଼ଙ୍ଗୀ, ସୁରେଶ ଓରାମ, ବସନ୍ତ କୁମାର ସେଠୀ, ଜ୍ଞାନପ୍ରକାଶ ମିଶ୍ର, ଗୋକୁଳାନନ୍ଦ ନାୟକ, ସଦାବାହାଲ ସୁରୀନ, ଯୋଗେଶ କୁମାର, ଜି.ଏଲ୍. ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post