Thu. May 14th, 2026

ରାଉରକେଲା ସେକ୍ଟର-୨୦ ସାର୍ବଜନୀନ ଦୁର୍ଗାପୂଜା କମିଟିର ସାଧାରଣ ସଭା

272 Views

ରାଉରକେଲା, ୨୯ା୮ : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଯେପରି ଉତ୍ସାହ ଉଦ୍ଦୀପନା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେଥିପାଇଁ ଇସ୍ପାତ ସହରାଞ୍ଚଳ ସ୍ଥିତ ସେକ୍ଟର-୨୦ ଡି ବ୍ଲକ୍ ଶ୍ରୀଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି । ପୂଜା କମିଟି ସଭାପତି ମନୋଜ ଘଡାଇଙ୍କ ଆବାହକତ୍ୱରେ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଆୟୋଜିତ ସଭାରେ ଶ୍ରୀ ଘଡାଇ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ପରେ ଗତ ବର୍ଷର କୋଷାଧ୍ୟକ୍ଷ ଅଜୟ ପାତ୍ର ଗତ ସାର୍ବଜନୀନ ଦୁର୍ଗାପୂଜାରେ ହୋଇଥିବା ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ ।

ଏହା ପରେ ଉପସ୍ଥିତ ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପୂଜା ପାଇଁ ସଭାପତି ଭାବେ ସମୀର କୁମାର ରଥ, ଉପସଭାପତି ଚନ୍ଦ୍ରା ପଣ୍ଡା, ବସନ୍ତ କୁମାର ସେଠୀ, ବିଶ୍ୱନାଥ ସେଠୀ, ନିତ୍ୟାନନ୍ଦ ପଶାୟତ, କାର୍ଯ୍ୟକାରୀ ସଭାପତି ହରି ଗୌଡ, ଶ୍ରୀକାନ୍ତ ପରିହାରୀ, ସାଧାରଣ ସମ୍ପାଦକ ମନୋଜ କୁମାର ଘଡାଇ, ଯୁଗ୍ମ ସମ୍ପାଦକ ବାସୁଦେବ ମଲ୍ଲିକ, ଚିତ୍ତରଞ୍ଜନ ଜେନା, ଅରୁଣ ମଣ୍ଡଳ, ବୁଧିରାମ, ଶାନ୍ତନୁ ପ୍ରଧାନ, କୋଷାଧ୍ୟକ୍ଷ ଅଜୟ କୁମାର ପାତ୍ର, ଯୁଗ୍ମ କୋଷାଧ୍ୟକ୍ଷ ରଣଜିତ ସିଂ, ରାମ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ଅନୁଦାନ ସଂଗ୍ରହ ସମ୍ପାଦକ ଭାବେ ବି. ତିରୁପତି ପାତ୍ରଙ୍କୁ ମନୋନୀତ କରାଯାଇଛି । ସଭାରେ ପୂର୍ବବର୍ଷ ପୂଜା କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିବା ବେଳେ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ ।

Related Post