Thu. Jun 4th, 2026

ରାଉରକେଲା ବ୍ଲକ୍ କଂଗ୍ରେସ-୭ର ବୈଠକ

272 Views

ରାଉରକେଲା, ୨/୭:  ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ରାଉରକେଲ ବ୍ଲକ୍ କଂଗ୍ରେସ-୭ର ବୈଠକ ପ୍ରଫୁଲ ପ୍ରଧାନଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ସଭାପତି ରବି ରାୟ ଓ ସମ୍ମାନିତଅତିଥି ଭାବେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ ଯୋଗ ଦେଇଥିବା ବେଳେ ଗିରିଜା ମିଶ୍ର ବୈଠକରେ ସଭାପତିତ୍ୱ କରିଥିଲେ ।

ବୈଠକରେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଓଡିଶା ପ୍ରଦେଶ କଂଗ୍ରେସ ଜିଲା କଂଗ୍ରେସକୁ ଦେଇଥିବା ସୀମିତ ସମୟ ଭିତରେ କିପରି ଜିଲା, ବ୍ଲକ୍ ଓ ୱାର୍ଡ କମିଟି ଗଠନ କରାଯିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ବନଜା ବେହେରା, ଆପୁ ନାୟକ, ଆଶିଷ ମହାନ୍ତି, ବୁଲୁ ପାଢୀ, ପ୍ରତାପ ବିଶ୍ୱାଳ, ରାଜେନ୍ଦ୍ର ବାରିକ, ପ୍ରେମଲାଲ ନାଗ, ବସନ୍ତ ସାମଲ, ପ୍ରସନ୍ନ ଜେନା, ରାଜାରାମ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ରାଉରକେଲା ହକି ଷ୍ଟାଡିୟମ ହଷ୍ଟେଲରୁ ୪ ଜଣ ବିଶ୍ୱ ହକି ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ ହୋଇ ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଲାଭ କରିଥିବାରୁ ସେମାନଙ୍କୁ ଜିଲା କଂଗ୍ରେସ, ବ୍ଲକ୍ କଂଗ୍ରେସ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ବୈଠକରେ ଘନଶ୍ୟାମ ସୁନା ଧନ୍ୟବାଦ ଦେଇଥିଲେ ।

Related Post