Sat. Sep 5th, 2026

ରାଉରକେଲା ଝିଅ ଦିଲ୍ଲୀରୁ ଉଦ୍ଧାର; ଦଲାଲ ଗିରଫ

186 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଜଣେ ନାବାଳିକାଙ୍କୁ ପ୍ଳାଣ୍ଟ୍‌ ସାଇଟ୍‌ ପୁଲିସ୍‌ ଦିଲ୍ଲୀର ଗୁରଗାଁଓରୁ ଉଦ୍ଧାର କରିଛି। ତାଙ୍କୁ ରାଉରକେଲା ଅଣାଯାଇଥିବା ବେଳେ ପୁଲିସ୍ ସୁନିତା ସିଂ ନାମକ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ନାବାଳିକଳାଙ୍କ ଘର ରାଉରକେଲାର ଗୋପବନ୍ଧୁପାଲିରେ। ସେଠାରେ ରହୁଥିବା ସୁନିତା ସିଂ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ପରିବାର ଲୋକଙ୍କୁ ନଜଣାଇ ଜାନୁଆରୀ ୨୦ ତାରିଖରେ ଦିଲ୍ଲୀ ନେଇ ପଳାଇଥିଲେ। ସେ ତାଙ୍କୁ ଗୁରଗାଁଓରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିଲେ। ଅନ୍ୟପକ୍ଷରେ ଝିଅ ନିଖୋଜ ହେବା ପରେ  ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ତେବେ ତାଙ୍କ ଝିଅକୁ ଦିଲ୍ଲୀରେ ବିକ୍ରି କରାଯାଇଥିବା ନେଇ ଜାଣିବାକୁ ପାଇବା ପରେ ଜାନୁଆରୀ ୨୨ ତାରିଖରେ ପ୍ଲାଣ୍ଟ୍ ସାଇଟ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ ଗୁରଗାଁଓ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ଶୁକ୍ରବାର ଦିନ ତାଙ୍କୁ ସେଠାରୁ ଉଦ୍ଧାର କରାଯିବା ପରେ ଗତକାଲି ରାଉରକେଲା ଅଣାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ପରେ ତାଙ୍କୁ CWCକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

By amfnews

Related Post