Sat. May 23rd, 2026

ରସୁଲଗଡ଼ ଛକରେ ବନ୍ଧୁକ ଧରି ଯୁବକଙ୍କ ଆତଙ୍କରାଜ୍‌

222 Views

ଭୁବନେଶ୍ୱର  :  ବିଚ୍ ରାସ୍ତାରେ ଦାଦାଗିରି। ସାମାନ୍ୟ ଯୁକ୍ତି ତର୍କ ପାଇଁ ବନ୍ଧୁକ ଦେଖାଇଲେ ଯୁବକ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘଟିଛି ଏପରି କିଛି ଘଟଣା। ବନ୍ଧୁକ ଦେଖାଇଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ମିତ୍ର। ମଞ୍ଚେଶ୍ୱର ପୁଲିସ ଅରବିନ୍ଦଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ରସୁଲଗଡ଼ ଛକରେ ସାମ୍ନାରୁ ଗାଡ଼ି ହଟାଇବାକୁ ଜଣେ ଯୁବକଙ୍କୁ କହିଥିଲେ ଅରବିନ୍ଦ। ତେବେ ଏନେଇ ଯୁକ୍ତି ତର୍କ ହେବା ପରେ ରାଗି ଯାଇ ଅରବିନ୍ଦ ବନ୍ଧୁକ ଦେଖାଇଥିଲେ। ବେଶ କିଛି ସମୟ ପାଇଁ ରସୁଲଗଡ଼ ଛକରେ ସୃଷ୍ଟି ହୋଇଥିଲା ଆତଙ୍କରାଜ୍ । ଏହାପରେ ଅଭିଯୁକ୍ତ ଯୁବକ ଜଣକୁ ସ୍ଥାନୀୟ ଲୋକେ କାବୁ କରି ମଞ୍ଚେଶ୍ୱର ପୁଲିସ ହେପାଜତକୁ ଦେଇଛନ୍ତି। ଘଟଣା ପରେ ପୁଲିସ  ଖୋଲତାଡ଼ ଜାରି ରହିଛି ।

By amfnews

Related Post