Wed. Jul 15th, 2026

ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଇନ୍ଦିରା ନାୟକ ମନୋନୀତ

210 Views

ରାଉରକେଲା, ୪ା୯ : ବିଜୁ ମହିଳା ଦଳର ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଦଳର ବରିଷ୍ଠ ସଦସ୍ୟା ତଥା ନାରୀନେତ୍ରୀ ଇନ୍ଦିରା ନାୟକଙ୍କୁ ମନୋନୀତ କରିଛନ୍ତି । ଏହି ନିଯୁକ୍ତି ଶ୍ରୀମତୀ ନାୟକ ସ୍ୱାଗତ ଜଣାଇବା ସହ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇ କହିଛନ୍ତି ଯେ, ଓଡିଶାରେ ବିଜେଡି ନେତୃତ୍ୱାଧିନ ସରକାର ଗଠନ ହେବା ଦିନଠାରୁ ଇତିମଧ୍ୟରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଅନେକ ସୁଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ପାଇଁ ମହିଳାମାନେ ସଚେତନ ହେବା ଆବଶ୍ୟକ । ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରେ ମହିଳା ସଦସ୍ୟାଙ୍କ ସାଙ୍ଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ତାଙ୍କୁ ସୁଯୋଗ ଦିଆଯାଇଥିବାରୁ ରାଜ୍ୟସଭା ସାଂସଦ ତଥା ସୁନ୍ଦରଗଡ ଜିଲାର ଦଳୀୟ ମୁଖ୍ୟ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ରାଜଗାଙ୍ଗପୁର ବିଧାୟକ ତଥା ଜିଲା ବିଜେଡି ସଭାପତି ମଙ୍ଗଳା କିସାନ, ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ, ଆର୍ଡିଏ ଅଧ୍ୟକ୍ଷ ତଥା ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସାରଦା ପ୍ରସାଦ ନାୟକ, ଦଳର ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ନଗର ସଭାପତି ସୁଧୀର ସୁନ୍ଦରରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଆଗାମୀ ଦିନରେ ସାଙ୍ଗଠନିକ ପ୍ରକ୍ରିୟାକୁ ଆଗେଇ ନେବାରେ ଦଳୀୟ ସଦସ୍ୟା ତଥା ମହିଳାମାନେ ସହଯୋଗ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

By amfnews

Related Post