Wed. Sep 9th, 2026

ଯୌତୁକ ଲାଗି ବଧୂ ହତ୍ୟା ଅଭିଯୋଗ

259 Views

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କୁକିଆ ଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରିୟବ୍ରତୀ ମହାଳିକ।

ଆଜି ସକାଳେ ପାଇଖାନା ଭିତରୁ ପ୍ରିୟବ୍ରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସ୍ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ଅନ୍ୟପକ୍ଷରେ ପ୍ରିୟବ୍ରତୀଙ୍କ ବାପା ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଉଲୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ୪ ବର୍ଷ ତଳେ ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଗାଁର ବନମାଳି ମହାଳିକଙ୍କ ଝିଅ ପ୍ରିୟବ୍ରତୀ କୁକୁଆ ଗାଁର ବାବୁଲା ତରିଆଙ୍କୁ  ବିବାହ କରିଥିଲେ।

By amfnews

Related Post